Carte Tinoti Upanyasa Kanhu Charan Mohanty

Tinoti Upanyasa

Epari Separi, Abhinetri, Bhuli Huena

Limbă: oriya
Legare: Carte broșată
Disponibilitate: În depozitul extern
Expediem în 14-21 zile
82.94 lei
Excerpt from the preface by Kailash Pattanaik:          'ପେଚିଟି ଆଜି ରୁଷିଛି'- ଏଇ ବାକ୍ୟରୁ ଆରମ୍ଭ ହୋଇଛି...

Informații despre carte

Limbă
oriya
Legare
Carte - Carte broșată
Publicat
2021
Pagini
214
EAN
9781645601876
ISBN
1645601870
Enbook ID
36194254
Greutate
277
Dimensiuni
140 x 216 x 12

Descriere completă

Excerpt from the preface by Kailash Pattanaik:

         'ପେଚିଟି ଆଜି ରୁଷିଛି'- ଏଇ ବାକ୍ୟରୁ ଆରମ୍ଭ ହୋଇଛି ତମ ଉପନ୍ୟାସ 'ଏପାରି ସେପାରି' (୧୯୪୬) । ସେଇ ପେଚି ତମର ଏ ଉପନ୍ୟାସର କେନ୍ଦ୍ରୀୟ ଚରିତ୍ର । ଏମିତି ତ କେତେ ଉପନ୍ୟାସ ଲେଖା ହେଇଚି ନାୟିକାଙ୍କୁ ନେଇ । ସମଗ୍ର ଊନବିଂଶ ଶତାବ୍ଦୀର ଧାରାତ ଥିଲା ଏମିତି! ହେଲେ ତମର ପେଚିକୁ ମୁଁ ସ୍ୱତନ୍ତ୍ରଭାବେ ଉଲ୍ଲେଖ କରୁଚି ଏଇଥିଲାଗି ଯେ ତା ପରି ଖଞ୍ଜ, ଦୁଃଖୀ, ଅଭାବୀ, ସ୍ୱାମୀ ପରିତ୍ୟକ୍ତା, ପରିବାରର ବିରାଗଭାଜିତ ସ୍ତ୍ରୀଟିଏକୁ ତମେ କରିଚ ତମର ଏ ଉପନ୍ୟାସର କେନ୍ଦ୍ରବିନ୍ଦୁ ।  ଠିକ୍ ଏମ୍‌ତି ଗୋଟିଏ ସ୍ଥିତି ତମେ ତିଆରି କରିଚ 'ଭୁଲିହୁଏନା' (୧୯୪୮)ରେ । ରତନୀକୁ ସଜେଇଚ ତମେ ଏକ ଉପନ୍ୟାସର ମଧ୍ୟମଣିକରି । ପେଚିପରି ସେବି କଷଣ ଓ ଯାତନାର ଶିକାର ହୋଇଛି । ସ୍ୱାମୀ ଯୋଗିଆ କାମ ପାଇଟି ଲାଗି ଯାଇଚି 'ରାଙ୍ଗାମ' । ରହିଚି କେଇଦିନ କି ନାଇଁ 'ବ୍ରହ୍ମଦେଶକୁ ଜାପାନ ଦଖଲ କଲା ।' ଯୋଗିଆ ଫେରିଲାନି, କିଛି ଖବର ଆସିଲାନି । ରତନୀ ଖୁଡ଼ୀର ନିର୍ଯ୍ୟାତନା ସହିଚାଲିଲା । ଦିନେ ଡାକବଂଗଳାର ଜଣେ ବାବୁଙ୍କ ପାଖରୁ ସେ ହେଇଚି ଗର୍ଭବତୀ । ନିର୍ଯାତିତା କିଶୋରୀଟିଏକୁ ଆହୁରି କଷଣ ଦେବାକୁ ଏମିତି ଖଳବୁଦ୍ଧିବି ରଖିଥିଲ କାହ୍ନୁଚରଣ! ତା'ପରେ ଆଉ ତା'ର ହେଇଥାନ୍ତା କ'ଣ? ଏକମାତ୍ର ଆଶ୍ରୟ ଦାଦାଖୁଡ଼ୀଙ୍କ ଘର ବି ଗଲା । ସେ ହେଲା ବାଟର ଭିକାରୀ, ପାଗଳୀ । ସେଇ ଚରମଦୁଃଖର ଦିନମାନଙ୍କରେ ଆସି ପହଞ୍ଚିଥିଲା ହଠାତ୍ କେଉଁଠୁ ଯୋଗିଆ । 'ଚରିତ୍ରହୀନା' ରତନୀକୁ ଆଉ ଘରକୁ ନେବ କଣ, ନିଜେ ଦୂରେଇଗଲା ା!

            ମାୟାକୁ ସାଧାରଣ ବିଧବାଟିଏରୁ ତମର ଅନନ୍ୟ ବିଜ୍ଞାନୀ-ବିଧବାଟିଏରେ ରୂପାନ୍ତରିତ କରିଦେଇଚ କାହ୍ନୁଚରଣ! ପ୍ରତିଭାବାନ ଲେଖକମାନେ ତ ଏଇମିତି ଭାବେ ସାମାନ୍ୟରେ ରୂପ ଗଢ଼ନ୍ତି ଅସାମାନ୍ୟର!! ନାରୀଟିଏ ତାର ମର୍ଯ୍ୟାଦା ଓ ସମ୍ମାନପ୍ରତି ଯଥେଷ୍ଟ ସ୍ପର୍ଶକାତର । ସେଇତାର ପରିଚୟ । ସେଇ ପରିଚୟର ଜୟଗାନ, ତମ ଉପନ୍ୟାସ ମାନଙ୍କରେ କାହ୍ନୁଚରଣ, ବାରମ୍ବାର ଆସିଚି! ସେଇଥିଲାଗି ତମ ଭିତରର ନାରୀସତ୍ତା ତମ ଲେଖାରେ ଏତେ ଉଜ୍ଜ୍ୱଳ । ସେଇ ସତ୍ତାତ ତମପାଇଁ ଡାକି ଆଣିଚି ଜୟ ଜୟକାର!!

 

Clienții care au cumpărat această carte au mai cumpărat și