Carte Mu bi Karna Vanumati Sahoo

Mu bi Karna

Limbă: oriya
Legare: Carte broșată
Disponibilitate: În depozitul extern
Expediem în 14-21 zile
78.14 lei
'ମୁଁ ବି କର୍ଣ୍ଣ' ଉପନ୍ୟାସରେ ଚିତ୍ରିତ ହୋଇଛି ଏକ ପାଳିତ ପୁତ୍ରର ଜୀବନ କାହାଣୀ ଯାହାର ସାମଞ୍ଜସ୍ୟ ରହିଛି ମହାଭାରତର କ...

Informații despre carte

Limbă
oriya
Legare
Carte - Carte broșată
Publicat
2023
Pagini
140
EAN
9781645604457
ISBN
1645604454
Enbook ID
44145906
Greutate
186
Dimensiuni
140 x 216 x 8

Descriere completă

'ମୁଁ ବି କର୍ଣ୍ଣ' ଉପନ୍ୟାସରେ ଚିତ୍ରିତ ହୋଇଛି ଏକ ପାଳିତ ପୁତ୍ରର ଜୀବନ କାହାଣୀ ଯାହାର ସାମଞ୍ଜସ୍ୟ ରହିଛି ମହାଭାରତର କର୍ଣ୍ଣଙ୍କ ଜୀବନ କାହାଣୀ ସହିତ ।

ସଦ୍ୟ ଜନ୍ମିତ ଶିଶୁପୁତ୍ରଟିକୁ ନଦୀର ଜଳରେ ଭାସୁଥିବା ବୋଝ ଭିତରୁ ଅତି ଆଗ୍ରହରେ ତୋଳିଆଣି ନିମିଷକ ମଧ୍ୟରେ ଭୁଲିଯାଆନ୍ତି ଚିତ୍ରା ଓ ବିଭୂତି ନିଜର ସଦ୍ୟ ମୃତ ପୁତ୍ରକୁ ଯାହାକୁ ସେମାନେ ନଦୀ ନିକଟରେ ପୋତିବାକୁ ଆସିଥିଲେ ରାତ୍ରିର ଅନ୍ଧାରରେ । ସମସ୍ତଙ୍କ ଆଗରେ 'ଆଲୋକ' ସେମାନଙ୍କର ଜନ୍ମିତ ପୁତ୍ର ।

ସମୟକ୍ରମେ ଚିତ୍ରା ଓ ବିଭୂତିଙ୍କର ପାଞ୍ଚ ପୁଅ ହୋଇଛନ୍ତି କୁନ୍ତୀଙ୍କର ପାଞ୍ଚପୁତ୍ର ହେଲାପରି । ଆଲୋକ ମଧ୍ୟ ଭଲ ପଢ଼ି ଏକ ଅଫିସର ହୋଇଛି । କିନ୍ତୁ ସେ ଜାଣିନି ନିଜର ପ୍ରକୃତ ଜୀବନ ବୃତ୍ତାନ୍ତ । ଆଲୋକ ପଛରେ ଯେ ଅନ୍ଧାରଟିଏ ଲୁଚି ରହିଛି ତାହା ସମସ୍ତଙ୍କୁ ଆଗୋଚର ।ସମୟ ସ୍ରୋତରେ ଆଲୋକର ପ୍ରକୃତ ଜନ୍ମଦାତ୍ରୀ ମେନକା ଦେବୀ ସନ୍ଧାନ ପାଆନ୍ତି ନିଜ ଜନ୍ମିତ ପୁତ୍ରର ଓ ତା ପାଖକୁ ଆସି ପ୍ରକୃତ ମାତାର ପରିଚୟ ଦିଅନ୍ତି । କିନ୍ତୁ ଆଲୋକ ତାଙ୍କୁ ନିଜର ମା' ବୋଲି ଗ୍ରହଣ କରେନି । ଚିତ୍ରା ଓ ବିଭୂତି ତାର ମାତା ଓ ପିତା । ନିରାଶ ହୁଅନ୍ତି ମେନକା ଦେବୀ ।

ମେନକା ଦେବୀଙ୍କର ଆଉ କିଏ ନାହାନ୍ତି । ସେ ଏକ ଅନାଥାଶ୍ରମର ମାଲିକାଣୀ । ଅଳ୍ପଦିନ ପରେ ତାଙ୍କର ମୃତ୍ୟୁ ହୁଏ କ୍ୟାନ୍‍ସରରେ ଓ ରାତ୍ରିରେ ହୋଇଯାଏ ତାଙ୍କର ଶବଦାହ ଶ୍ମଶାନରେ । ଆଲୋକ ଖବର ପାଇ ଶ୍ମଶାନରେ ପହଞ୍ଚିଲା ବେଳକୁ ସବୁ ଶେଷ । ସେ ହାତରେ ମୁଠାଏ ପାଉଁଶ ଧରି ଭସେଇ ଦେଲେ ମହାନଦୀ ଜଳରେ । ଶବଦାହକର ପ୍ରଶ୍ନ - ବାବୁ, ମେନକା ଦେବୀ ଆପଣଙ୍କର କିଏ ?

ଆଲୋକ କୋହମିଶ୍ରିତ କଣ୍ଠରେ କହିଲେ - ହଁ, ମୁଁ ବି ଏକ କର୍ଣ୍ଣ ।


 


Clienții care au cumpărat această carte au mai cumpărat și

Koloman Moser

Christian Witt-Dorring
284.97 lei
45.17 lei
189.37 lei