Carte Dhusara Saisaba Govind Mishra

Dhusara Saisaba

Limbă: oriya
Legare: Carte broșată
Disponibilitate: În depozitul extern
Expediem în 9-15 zile
88.59 lei
ଗୋବିନ୍ଦ ମିଶ୍ର କେବଳ ଆଧୁନିକ ହିନ୍ଦୀ ସାହିତ୍ୟର ନୁହନ୍ତି, ସମସାମୟିକ ଭାରତୀୟ ସାହିତ୍ୟର ଏକ ମୁର୍ଦ୍ଧନ୍ୟ ଓ ବଳିଷ୍ଠ ସ...

Informații despre carte

Limbă
oriya
Legare
Carte - Carte broșată
Publicat
2023
Pagini
224
EAN
9781645603672
ISBN
1645603679
Enbook ID
43014358
Greutate
322
Dimensiuni
140 x 216 x 13

Descriere completă

ଗୋବିନ୍ଦ ମିଶ୍ର କେବଳ ଆଧୁନିକ ହିନ୍ଦୀ ସାହିତ୍ୟର ନୁହନ୍ତି, ସମସାମୟିକ ଭାରତୀୟ ସାହିତ୍ୟର ଏକ ମୁର୍ଦ୍ଧନ୍ୟ ଓ ବଳିଷ୍ଠ ସ୍ୱର । ଦୀର୍ଘ ଛଅ ଦଶନ୍ଧିରୁ ଅଧିକ କାଳ ଧରି ସେ ସାହିତ୍ୟ ସାଧନାରେ ନିମଗ୍ନ । ଉଚ୍ଚ ପ୍ରଶାସନିକ ପଦପଦବୀରେ ରହିସୁଦ୍ଧା ଚିନ୍ତା ଓ ଚେତନାରେ ସେ ସଦାବେଳେ ମାଟିମନସ୍କ ଓ ସାମାଜିକ ସତ୍ୟାନୁସନ୍ଧାନୀ । ତାହା ତାଙ୍କର ଗଳ୍ପ ଓ ଉପନ୍ୟାସ ଉଭୟରେ ବାରମ୍ବାର ପାଠକମାନେ ଦେଖିବାକୁ ପାଇଥାନ୍ତି ।୧୯୬୦ ଦଶକ ବେଳକୁ ହିନ୍ଦୀ ସାହିତ୍ୟରେ ଯେଉଁ ନୂଆ ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଥିଲା, ସେଥିରେ ପରମ୍ପରାବାଦୀଙ୍କ ବିରୁଦ୍ଧରେ 'ନୟୀ କହାନୀ' ଆନ୍ଦୋଳନର ପ୍ରବକ୍ତାମାନେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ । 

ଆଲୋଚିତ ଉପନ୍ୟାସ 'ଧୂଲ୍ ପୌଧୋଁ ପର' ସମ୍ପୂର୍ଣ୍ଣ ରୂପେ ଏକ ପରୀକ୍ଷାନିରୀକ୍ଷାଧର୍ମୀ ସାମାଜିକ- ମନସ୍ତାତ୍ତ୍ୱିକ ଉପନ୍ୟାସ ଯେଉଁଥିରେ ଜଣେ ନାରୀର ଏକକ ସଂଗ୍ରାମକୁ ଅତି ନିଖୁଣ ଭାବେ ଚିତ୍ରିତ କରାଯାଇଛି । ନିଜ ସହ ଜଣେ ସଂଘର୍ଷ କରୁଥିବା ନାରୀ ନିଜ ପରିବାର ଓ ସମାଜ ସହ ଯେତେବେଳେ ସାମ୍‌ନା କରେ, ସେ ସଂଘର୍ଷ କରେ, ତା'ସହିତ କେହି ସହଯୋଦ୍ଧା ନଥାନ୍ତି । ଏପରିକି ସମୟ ମଧ୍ୟ ହାତ ଛାଡ଼ିଦିଏ । ସ୍ଥାନ, କାଳ ଓ ପାତ୍ର ଏକ ଚକ୍ରବ୍ୟୂହ ରଚନା କରନ୍ତି ଓ ନିଷ୍ପାପ ଅଭିମନ୍ୟୁଟି ଯୁଦ୍ଧ କରିଚାଲେ । କିନ୍ତୁ ଏ ଯୁଦ୍ଧରେ ଅଭିମନ୍ୟୁ ସପ୍ତରଥୀଙ୍କ ଦ୍ୱାରା ନିପାତ ହୁଏନାହିଁ । ବରଂ ସେ ସମୟ ଓ ସମାଜ ନିକଟରେ ନିଜର ଯଥାର୍ଥ୍ୟ ପ୍ରତିପାଦନ କରେ । ସବୁ ସିଦ୍ଧି ପାଇଁ ଯେପରି ସାଧନା କରିବାକୁ ପଡ଼ିଥାଏ, ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିଥାଏ ତାହା ହିଁ ଘଟିଛି ଏ ଉପନ୍ୟାସର ନାରୀଟି କ୍ଷେତ୍ରରେ । ସେ ପ୍ରମାଣିତ କରିଛି, ସେ ଅବଳା ନୁହେଁ, ତା'ର ମଧ୍ୟ ପ୍ରତିବାଦ କରିବାର ଅଧିକାର ଅଛି । ସେଇ ଅଧିକାର ବଳରେ ସେ ପରିବାରକୁ, ସମାଜକୁ ବଦଳାଇଛି । ବଦଳାଇ ଦେଇଛି ନାରୀ- ପୁରୁଷ ମଧ୍ୟରେ ଥିବା ପାରମ୍ପରିକ ସମ୍ପର୍କ ଓ ସଂଜ୍ଞାକୁ । ଶିକ୍ଷା ଠାରୁ ଆରମ୍ଭ କରି ସାମାଜିକ ସଂସ୍କାରରେ ଥିବା କଳ୍ମଷକୁ ।

Clienții care au cumpărat această carte au mai cumpărat și

Puschin

Pietro Cossa
73.00 lei

BALLET SHOES PMC

STREATFEILD NOEL
41.71 lei
230.25 lei
339.92 lei

Mickey7

Edward Ashton
30.77 lei
78.06 lei
65.10 lei

Live Nude

Moumita Basuroychowdhury
41.10 lei

Zagazoo

Quentin Blake
47.48 lei
56.90 lei