Carte Bhala Galpa Gourahari Das

Bhala Galpa

Autor: Gourahari Das
Limbă: oriya
Legare: Carte broșată
Disponibilitate: În depozitul extern
Expediem în 14-21 zile
83.15 lei
ଭଲ ଗଳ୍ପ: ଭୂମି ଓ ଭୂମିକା' ବହିଟିର ପରିକଳ୍ପନା ଅନେକ ଦିନର । ୧୯୮୮ରେ 'ସମ୍ବାଦ'ର ସାହିତ୍ୟ ପୃଷ୍ଠା ସଂଯୋଜନା କରୁଥିବା...

Informații despre carte

Limbă
oriya
Legare
Carte - Carte broșată
Publicat
2023
Pagini
186
EAN
9781645604013
ISBN
1645604012
Enbook ID
43480313
Greutate
242
Dimensiuni
140 x 216 x 10

Descriere completă

ଭଲ ଗଳ୍ପ: ଭୂମି ଓ ଭୂମିକା' ବହିଟିର ପରିକଳ୍ପନା ଅନେକ ଦିନର । ୧୯୮୮ରେ 'ସମ୍ବାଦ'ର ସାହିତ୍ୟ ପୃଷ୍ଠା ସଂଯୋଜନା କରୁଥିବା ବେଳେ, ମଝିରେ ମଝିରେ ସେଥିରେ ନୂଆ ନୂଆ ଫିଚର୍ ଉପସ୍ଥାପନ କରିବା ଲାଗି ଚେଷ୍ଟା କରୁଥାଏ । ତା ଭିତରୁ ଗୋଟିଏ ଥିଲା 'ଭଲ ଗପ କହିଲେ ଆପଣ କ'ଣ ବୁଝନ୍ତି' ବିତର୍କ । ଏ ପ୍ରଶ୍ନଟି ସର୍ଜନଶୀଳ ଲେଖକଲେଖିକାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଯେତେବେଳେ ବି ମୁଁ କ୍ଷୁଦ୍ରଗଳ୍ପର ଭୂମିକା ବା ପରିଭାଷା ସମ୍ପର୍କରେ ଯାହା କିଛି ପଢ଼ିଛି ସେତେବେଳେ କୌଣସି ଇଂରେଜୀ କିମ୍ବା ବଙ୍ଗଳା ଲେଖକଙ୍କ ଉଦ୍ଧୃତି ପଢ଼ିବାକୁ ପାଇଛି । ଓଡ଼ିଆ ସାହିତ୍ୟର ଶ୍ରେଣୀକକ୍ଷରେ ମଧ୍ୟ ସେହି ଅବସ୍ଥା । ଏକଥା ଦେଖିଲାବେଳେ ମନରେ ପ୍ରଶ୍ନ ଉଠିଛି, ଓଡ଼ିଶାର ଛାତ୍ରଛାତ୍ରୀ, ପାଠକପାଠିକା କଣ ସବୁବେଳେ ଇଂରେଜୀ, ହିନ୍ଦୀ ବା ବଙ୍ଗଳା ଲେଖକଙ୍କ ଉଦ୍ଧୃତି (ତାହା ପୁଣି କୋଉ କାଳର) ପଢୁଥିବେ, ନିଜ ଭାଷା ସାହିତ୍ୟର ରଥୀ ମହାରଥୀଙ୍କ ମତ, ମନ୍ତବ୍ୟ ପଢ଼ିବେ ନାହିଁ! ମୋ ପାଇଁ ଆନନ୍ଦର କଥା ଯେ, ବହୁ ବିଶିଷ୍ଟ ଲେଖକ ସେତେବେଳେ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଓ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ଏହି ବିତର୍କଟି ନିୟମିତ ଭାବେ 'ସମ୍ବାଦ'ରେ ପ୍ରକାଶ ପାଇଥିଲା ।

ଏଇ କିଛି ବର୍ଷ ତଳେ ମୋର କେତେଜଣ ଲେଖକ ବନ୍ଧୁ, ପୁରୁଣା ଖବରକାଗଜ ପୃଷ୍ଠାର ସେହି ଲେଖାଗୁଡ଼ିକୁ ଏକତ୍ର କରି ଖଣ୍ଡିଏ ବହି ରୂପରେ ପ୍ରକାଶ କରିବା ଲାଗି ପରାମର୍ଶ ଦେଲେ । ମାତ୍ର ବହିଟିଏ ହେବା ପାଇଁ ଯେତିକି ଲେଖା ରହିବା ଦରକାର ସେତିକି ହାତରେ ନ ଥିଲା । ପୁଣି ଅନେକ ବଡ଼ ବଡ଼ ଲେଖକ ସେତେବେଳେ ଏହି ବିତର୍କରେ ଭାଗ ନେଇ ନ ଥିଲେ । ସେମାନଙ୍କୁ ଛାଡ଼ି ଗଲେ ବହିଟି ଅସମ୍ପୂର୍ଣ୍ଣ ମନେହେବ । ଏସବୁ କଥା ଚିନ୍ତାକରି, ସେତେବେଳେ ବିତର୍କରେ ଭାଗ ନେଇ ନ ଥିବା ଲେଖକମାନଙ୍କୁ ଚିଠି ଲେଖି ଅନୁରୋଧ କଲି । ମୋର ଅନୁରୋଧ ରକ୍ଷା କରି କେତେଜଣ ଲେଖକ ସହଯୋଗ କରିଛନ୍ତି ଓ ପଚାଶ ଜଣ ଲେଖକଙ୍କର ମତ-ମନ୍ତବ୍ୟକୁ ନେଇ ଏହି ବହିଟି ପ୍ରକାଶ ପାଉଛି । 

Clienții care au cumpărat această carte au mai cumpărat și

119.44 lei

Law of Kinship

Camille Robcis
265.50 lei

Tide

Anthony J. Melchiorri
88.79 lei
49.08 lei